• ଶ୍ରୀ ମୋହନ ଚରଣ ମାଝୀ
    ମୁଖ୍ୟମନ୍ତ୍ରୀ, ଓଡ଼ିଶା
    ଶ୍ରୀ ମୋହନ ଚରଣ ମାଝୀ
ବର୍ଗ : ସଂସ୍କୃତି ଓ ଐତିହ୍ୟ

ଡମଡମଣୀ ଠାକୁରାଣୀଙ୍କ ନାମରେ ନାମିତ ଏହି ସ୍ଥାନ ସ୍ଥାନୀୟ ଡାଳିଯୋଡା ଅରଣ୍ୟ ମଧ୍ୟରେ ଅବସ୍ଥିତ ଏବଂ ଏହି ସ୍ଥଳ ଦେଇ ଏକ ବାରମାସୀ ଝରଣା ପ୍ରବାହିତ । ଏହା ଭକ୍ତମାନଙ୍କ ଦର୍ଶନାର୍ଥେ ଏବଂ ବଣଭୋଜି କରିବା ପାଇଁ ଏକ ପ୍ରକୃଷ୍ଠ ସ୍ଥାନ । ପ୍ରବାଦ ଅଛି ଯେ, ପାଣ୍ଡବମାନେ ସେମାନଙ୍କର ଅଜ୍ଞାତ ବାସ ସମୟରେ ବିରାଟ ରାଜ୍ୟ ନିକଟରେ ଥିବା ଏହି ଅଞ୍ଚଳରେ ଛଦ୍ମବେଶରେ ରହିଥିଲେ ଏହି ଜଙ୍ଗଲ ରାଜଙ୍କର ଶିକାର ପ୍ରିୟ ସ୍ଥଳ ଥିଲା । କିନ୍ତୁ ଏବେ ଏହା ଜାତୀୟ ସଂରକ୍ଷଣ ଜଙ୍ଗଲର ଅଂଶ ବିଶେଷ ।

ପ୍ରକୃଷ୍ଟ ସମୟ : ଅକ୍ଟୋବର ରୁ ମାର୍ଚ୍ଚ ମାସ

ନିକଟସ୍ଥ ଦର୍ଶନୀୟ ସ୍ଥାନ : ଚୌଦ୍ବାର-୧୫ କିମି, କଟକ ସହର-୩୦ କିମି ମାଗୁରା ପୋଖରୀ-୧୭ କିମି ଧବଳେଶ୍ଵର-୧୫ କିମି

ଯୋଗାଯୋଗ : ଜିଲ୍ଲା ପର୍ଯ୍ୟଟନ ଅଧିକାରୀ
ଦୂରଭାଷ : ୦୬୭୧-୨୩୦୫୨୨୫
ଇ-ମେଲ : oritourcuttack@gmail.com

ବିମାନ ମାର୍ଗରେ
ନିକଟସ୍ଥ ବିମାନ ବନ୍ଦର-ଭୁବନେଶ୍ବର-୫୭ କିମି

ସଡ଼କ ପଥରେ
କଟକରୁ ଚୌଦ୍ବାରକୁ ନିୟମିତ ବସ ସେବା ଉପଲବ୍ଧ । ଚୌଦ୍ବାରରୁ ଟାକ୍ସି ଯୋଗେ ଡମଡମଣୀ ଯିବାକୁ ଉପଦେଶ ଯୋଗ୍ୟ ।

ରେଳଗାଡ଼ିରେ
ନିକଟସ୍ଥ ରେଳ ଷ୍ଟେସନ : କଟକ -୨୭ କିମି