• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲା ଅର୍ଥନୈତିକ ବ୍ୟବସ୍ଥା

କଟକ ଜିଲ୍ଲା ମହାନଦୀର ଅବବାହିକାରେ ଅବସ୍ଥିତ ଯୋଗୁଁ କୃଷି ଏହାର ଅର୍ଥନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିଛି । ଜିଲ୍ଲାର ଆର୍ଥିକ ବ୍ୟବସ୍ଥା ମୁଖ୍ୟତଃ କୃଷି ଉପରେ ନିର୍ଭରଶୀଳ । ୭୫ରୁ ଅଧିକ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କୃଷିକୁ ନିଜର ଜୀବିକା ଭାବରେ  ଗ୍ରହଣ କରିଛନ୍ତି । ଧାନ ପ୍ରମୁଖ ଜୀବିକା ଅର୍ଜ୍ଜନ ଫସଲ ଭାବରେ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଚାଷ କରାଯାଏ । ବିଗତ ବର୍ଷ ହେଲା ଜିଲ୍ଲାରେ ଧାନ ଉତ୍ପାଦନ ହାର ବୃଦ୍ଧି ପାଇ ଆସୁଛି । କଟକ ଜିଲ୍ଲା ମଧ୍ୟ ଚିନାବାଦାମ ଓ ଡାଲି ଉତ୍ପାଦନରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ଧିରେ ଧିରେ ଜିଲ୍ଲାରେ ଧାନ,ଗହମ,ମକା,ମୁଗ,ବିରି,କୋଳଥ, ଆଦି ଚାଷ ସହିତ ଉଦ୍ୟାନ କୃଷି ଭିତ୍ତିକ ଚାଷ (ପନି ପରିବା ଚାଷ) କ୍ଷେତ୍ରରେ ଅଗ୍ରଗତି କରୁଛି । ଜିଲ୍ଲାରେ ଧାନ ଏବଂ ରପ୍ତାନୀ ଭିତ୍ତିକ ଚାଷ ଯଥା ଝୋଟ ଓ ଆଖୁ ଚାଷ ଲୋକପ୍ରିୟ ଅଟେ । ଏହି ଜିଲ୍ଲାରେ ଖରିଫ ଋତୁରେ ଧାନ,ରବି ଋତୁରେ ଡାଲି ତୈଳବୀଜ ପ୍ରମୁଖ ଫସଲ ଚାଷ କରାଯାଏ । ଚିଙ୍ଗୁଡି ଚାଷ ମଧ୍ୟ କଟକ ଜିଲ୍ଲାର ଅର୍ଥନୈତିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଜିଲ୍ଲାରେ କେତେକ ଅଞ୍ଚଳର ଜଳ କ୍ଷାରଯୁକ୍ତ ହୋଇଥିବା ହେତୁ ଏହି ସବୁ ଅଞ୍ଚଳରେ ଚିଙ୍ଗୁଡି ଚାଷକୁ ଅଧିକ ଗୁରୁତ୍ଵ ଦିଆଯାଉଛି । କଟକ ଜିଲ୍ଲା ଓଡିଶାର ପୁରାତନ ଶିଳ୍ପାଞ୍ଚଳ ମେରୁଦଣ୍ଡ । ଜିଲ୍ଲାରେ ପ୍ରତିଷ୍ଠିତ ବହୁ ଶିଳ୍ପକେନ୍ଦ୍ର ଏହାର ଅର୍ଥନୈତିକ ମାନଦଣ୍ଡକୁ ସୁଦୃଢ କରିଛି । କଟକ ଜିଲ୍ଲା ୧୨୫୪୭ଟି ଅଣୁ, କ୍ଷୁଦ୍ର ଶିଳ୍ପ, ୧୫ଟି ବୃହତ /ମଧ୍ୟମ ଶିଳ୍ପ ଥିବା  ବେଳେ ଅନ୍ୟ କେତେକ ନିର୍ମଣାଧିନ ରହିଛି । ମଧ୍ୟମ ଧରଣର କେତେକ ଯାନ୍ତ୍ରିକ ଶିଳ୍ପ କାରଖାନା ଜିଲ୍ଲାର ଅର୍ଥନୈତିକ କେନ୍ଦ୍ର । କଟକ ଜିଲ୍ଲା ତଥା ପଡୋଶୀ ଜିଲ୍ଲାରେ ଗଚ୍ଛିତ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଜିଲ୍ଲାରେ ଥିବା ଶିଳ୍ପ କାରଖାନାଗୁଡିକୁ ଚଳାଇବାରେ ସହଜସାଧ୍ୟ କରାଇ ପାରିଛି ।

କଟକ ସହର ନିକଟରେ ଥିବା ଚୌଦ୍ଵାର, ଲୌହ ମିଶ୍ର ଧାତୁ ପାଇଁ ପରିଚିତ । ଆଠଗଡର ହସ୍ତତନ୍ତ କ।ରିଗରୀ, ଲୁଗାବୁଣା,ଏହାର ଗୁଣାତ୍ମକ ସୂତା ବ୍ୟବହାର ଦୃଷ୍ଟିରୁ ପ୍ରସିଦ୍ଧି ଲାଭ କରିଛି । ସ୍ଵାଧୀନତା ସଂଗ୍ରାମ ସମୟରୁ ଜିଲ୍ଲାରେ ବାରଙ୍ଗ, ଚିନାମାଟି ଓ କାଚ ପ୍ରସ୍ତୁତ ଉତ୍ପାଦନରେ ଭାରତୀୟ ଶିଳ୍ପ ଜଗତରେ ପ୍ରମୁଖ ସ୍ଥାନ ଅଧିକାର କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ରୌପ୍ୟ ନଗରୀ ଭାବେ ପରିଚିତ କଟକ ସହର, ସୂଚନା ଓ ପ୍ରଯୁକ୍ତି ବିଦ୍ୟାର କେନ୍ଦ୍ରଭାବେ ଏହାର ବୃଦ୍ଧି ଘଟୁଛି। ଜିଲ୍ଲାରେ ଥିବା କେତେକ ଆଇ. ଟି କମ୍ପାନୀ, ବିଭିନ୍ନ କ୍ଷେତ୍ରକୁ ସଫ୍ଟୱେର ଓ ଆଇ. ଟି. ସେବା ଯୋଗାଉଅଛନ୍ତି, ଯାହା ଫଳରେ ଏହା ଦକ୍ଷତା ସମ୍ପନ୍ନ ମାନବ ଶକ୍ତି ପାଇଁ ନିଯୁକ୍ତି ସୁଯୋଗ ଆଣି ଦେଇଛି । ତତ ସହିତ ଜିଲ୍ଲାରେ କେତେକ ବେସରକାରୀ କମ୍ପାନୀମାନେ ସାବୁନ, ଡିଟରଜେଣ୍ଟ, ଫିନାଇଲ ଭଳି ଗୃହ ବ୍ୟବହାର ଉପଯୋଗୀ ଉତ୍ପାଦ ପ୍ରସ୍ତୁତ କରି ଜିଲ୍ଲାର ଅର୍ଥନୈତିକ ବିକାଶରେ ପ୍ରମୁଖ କାରଣ ହୋଇପାରିଛନ୍ତି ।

ସ୍ମରଣାତୀତ କାଳରୁ କଟକ ସହର ଏହାର ସୂକ୍ଷ୍ମ ରୂପା ତାରକସୀ ଓ ସ୍ଵର୍ଣ୍ଣ କରୁକାର୍ଯ୍ୟ ପାଇଁ ସୁନାମ ଅର୍ଜ୍ଜନ  କରିବା ସଙ୍ଗେ ସଙ୍ଗେ ବହୁ ଲୋକଙ୍କ ପାଇଁ ବ୍ୟବସାୟର ସୁଯୋଗ ଆଣି ଦେଇଛି । ନିକଟ ଅତୀତରେ ବହୁ ଶିଳ୍ପୋଦ୍ୟୋଗୀ ସେମାନଙ୍କର ଦକ୍ଷତା ଉପଯୋଗକରି ବୈଦୁତିକ ଉପକରଣ,ଗୃହ ନିର୍ମାଣ ଉପକରଣ, ଔଷଧ ପ୍ରସ୍ତୁତ ଆଦିରେ ବ୍ୟବହାର କରୁଛନ୍ତି । କଟକ ସହରର ନିକଟରେ ଥିବା ଜଗତପୁର ଅଞ୍ଚଳ ବହୁ କ୍ଷୁଦ୍ର, ମଧ୍ୟମ ଓ ଅଣୁ ଶିଳ୍ପକୁ ସୃଷ୍ଟି କରିଛି ।  ଏହି ଜିଲ୍ଲା ଧିରେ ଧିରେ କେତେକ କୁଟୀର ଶିଳ୍ପ, ଗୃହ-ଭିତ୍ତିକ ଏବଂ କୃଷି ଭିତ୍ତିକ  ଶିଳ୍ପ ପ୍ରତିଷ୍ଠାରେ ଅଗ୍ରଗତି କରୁଛି । ମୋଟ ଉପରେ କହିବାକୁ ଗଲେ ଓଡିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକ ବ୍ରିଟିଶ ଶାସନାଧିନ ସମୟରୁ କଟକ ଏହାର ଅର୍ଥନୈତିକ ବିବିଧତା ଦୃଷ୍ଟିକୋଣରୁ ରାଜ୍ୟର ଏକ ଅଗ୍ରଣୀ ଜିଲ୍ଲା ଭାବେ ପ୍ରସିଦ୍ଧି ଲାଭ କରିଛି ।