• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

ସାଧାରଣ ବଣ୍ଟନ (ଯୋଗାଣ)/କ୍ରୟ ବ୍ୟବସ୍ଥା ସମ୍ବନ୍ଧୀୟ ଜିଲ୍ଲା ଯୋଗାଣ ଉପ ବିଭାଗର ସୂଚନା

( ତାରିଖ ୧୯.୧୧.୨୦୨୦ ଅନୁସାରେ )

  1. ଉପଖଣ୍ଡ ସଂଖ୍ୟା -୩ :
    1. ଆଠଗଡ
    2. ବାଙ୍କୀ
    3. କଟକ ସଦର
  2. ମଣ୍ଡଳ କାର୍ଯ୍ୟ।ଳୟ ସଂଖ୍ୟା- ୧୪ :
    1. ଆଠଗଡ
    2. ବଡମ୍ବା
    3. ନରସିଂହପୁର
    4. ତିଗିରିଆ
    5. ବାଙ୍କୀ
    6. ବାଙ୍କୀ-ଡମପଡା
    7. ନିଆଳି
    8. କଣ୍ଟାପଡା
    9. ବାରଙ୍ଗ
    10. କଟକ ସଦର
    11. ସାଲେପୁର
    12. ମାହାଙ୍ଗା
    13. ନିଶ୍ଚନ୍ତକୋଇଲି
    14. ଟାଙ୍ଗୀ-ଚୌଦ୍ଵାର
  3. ସହରାଞ୍ଚଳ ସଂଖ୍ୟା-୦୪ :
    1. କଟକ ମହାନଗର ନିଗମ
    2. ଚୌଦ୍ଵାର ପୌରପାଳିକା
    3. ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ
    4. ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ
  4. ଗ୍ରାମ ପଞ୍ଚାୟତ ସଂଖ୍ୟା – ୩୭୩
  5. ଜନ ସଂଖ୍ୟା (୨୦୧୧ ଜନ ଗଣନା ଅନୁସାରେ)- ୨୬୨୪୪୭୦
  6. ବିଭାଗୀୟ ଭଣ୍ଡାର ରକ୍ଷଣ ବ୍ୟବସ୍ଥା ପରିବହନ କଣ୍ଟ୍ରାକ୍ଟର(୧.୦୪.୨୦୧୨ ରୁ ଆରମ୍ଭକରି) :
    • ସ୍ତର – ୨ -୧ ଟି
    • ସ୍ତର – ୨ – ୧୨ ଟି
    • ସ୍ତର – ୧ -୧ ଟି
  7. କିରାସିନି ତେଲ ପାଇକାରୀ ବିକ୍ରେତା – ୧୪ ଟି
  8. ଖୁଚୁରା ବିକ୍ରେତା – ୯୮୪ ଟି
ପରିଯୋଜନାମୋଟକାର୍ଡ ସଂଚାଳନ ସଂଖ୍ୟାବଣ୍ଟନର ମାପମାସିକ ଆବଣ୍ଟନ(କ୍ଵିଣ୍ଟାଲ)
ଆଗ୍ରାଧିକାର ପରିବାର୪୪,୮୨୦୫ କାର୍ଡ (୧୬,୦୭,୯୫୯ ଜନ ସଂଖ୍ୟା)ମୁଣ୍ଡପିଛା ୫ କି.ଗ୍ରା. (ଚାଉଳ/ଗହମ କିମ୍ବା ଉଭୟ)କ୍ଵି. ୫୪୯୪୪.୯୫ ଚାଉଳ କ୍ଵି. ୨୬୮୮୧.୭୬ ଗହମ
ଅନ୍ତୋଦୟ ଅନ୍ନ ଯୋଜନା୪୮୫୬୦ କାର୍ଡ (୧୫,୭୧୬୧ ଜନସଂଖ୍ୟା)କାର୍ଡ ପିଛା ୩୫ କି.ଗ୍ରାକ୍ଵି. ୧୬,୯୯୬.୦୦ ଚାଉଳ
ଅନ୍ନପୂର୍ଣ୍ଣା ଯୋଜନା୧୩୧୧କାର୍ଡ ପିଛା ୧୦ କି.ଗ୍ରା.କ୍ଵି. ୧୩୧.୧୦ ଚାଉଳ

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଜିଲ୍ଲାରେ ଉପଲବ୍ଧ ସାମଗ୍ରୀ

  • ପି.ଏଚ.ଏଚ (ଅଗ୍ରାଧିକାର ପରିବାର ପାଇଁ) ଚାଉଳ ଓ ଗହମ: କ୍ଵି. ୮୦୩୯୭.୯୫
  • ୱେଲଫେୟାର ଚାଉଳ(ସମାଜ ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ସ୍ଵତନ୍ତ୍ର ବିଦ୍ୟାଳୟମାନଙ୍କ ପାଇଁ) : କ୍ଵି. ୧୬.୮୦
  • ଅନ୍ତୋଦୟ ଅନ୍ନ ଯୋଜନା – ଚାଉଳ : କ୍ଵି. ୧୬୯୯୬.୦୦
  • ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରା ବାସ – ଚାଉଳ: କ୍ଵି. ୫୨୯.୨୦
  • ବିଦ୍ୟାଳୟ ଏବଂ ଗଣଶିକ୍ଷା – ଚାଉଳ : କ୍ଵି. ୫.୮୫
  • ଅର୍ନ୍ନପୂର୍ଣ୍ଣା ଚାଉଳ : କ୍ଵି. ୧୩୧.୧୦
  • ଅନୁସୂଚୀତ ଜାତି ଓ ଜନଜାତି – ଚାଉଳ (ସ୍ଵୋଚ୍ଛାସେବୀ ଅନୁଷ୍ଟାନ ପରିଚାଳିତ): କ୍ଵି. ୩୫.୬୦
  • ଏସ.କେ ଅଏଲ (ନୀଳରଙ୍ଗୀ କିରାସିନି ତେଲ):୮୫୮ କିଲୋ ଲିଟର
  • ମୋଟ ଅନୁସୂଚୀତ ଜାତି ଓ ଜନଜାତି ଅନ୍ତେବାସୀ-୩୫୨୮ ଜଣ (୧୮ ଟି ଛାତ୍ରା ବାସ)ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା୧୫ କି.ଗ୍ରା. ଓ କି.ଗ୍ରା. ପିଛା ୧ ଟଙ୍କା ହିସାବରେ
  • ସମାଜ ମଙ୍ଗଳ ବିଭାଗ ଅଧୀନରେ ପରିଚାଳିତ ଅନୁଷ୍ଠାନ ଅନ୍ତେବାସୀ : ୧୧୨ଜଣ (୧ ଟି ଅନୁଷ୍ଠାନ) ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା ୧୫କି.ଗ୍ରା. ଓ କି.ଗ୍ରା. ପିଛା ଟ୫.୬୫ ହିସାବରେ
  • ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ସମୁଦାୟ ଅନୁଷ୍ଠାନ – ୩୯ ଟି ( ୧ ଟି ଅନୁଷ୍ଠାନ) ଙ୍କୁ ପ୍ରତି ଅନ୍ତେବାସୀଙ୍କ ପିଛା୧୫ କି.ଗ୍ରା. ଓ କି.ଗ୍ରା. ପିଛା ୧ ଟଙ୍କା ହିସାବରେ

ଜିଲ୍ଲା ଯୋଗାଣ ଉପବିଭାଗ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଉପରୋକ୍ତ ଲିଖିତ ଅନୁଷ୍ଠାନ ଜରିଆରେ ଜିଲ୍ଲାର ୧୪ ଗୋଟି ବ୍ଲକ ଓ ୪ ଟି ସହରାଞ୍ଚଳରେ ଅତ୍ୟାବଶ୍ୟକ ଖାଉଟି ସାମଗ୍ରୀ ଯଥା ଚାଉଳ,ଗହମ,କିରାସିନିର ସୁଗମ ବଣ୍ଟନ ପାଇଁ ଗୁରୂତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

କେନ୍ଦ୍ରୀୟ ତଦାରଖ ଅଧିକାରୀଙ୍କ ଦ୍ଵାରା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ -୨୦୧୩ ଅଧୀନରେ

କି.ଗ୍ରା ପିଛା ୧ ଟଙ୍କା କରି ବିନିଯୋଗ ପ୍ରମାଣପତ୍ର ଜିଲ୍ଲାର ସହକାରୀ ଯୋଗାଣ ଅଧିକାରୀ, ମଣ୍ଡଳ ଉନ୍ନୟନ ଅଧିକାରୀ, ମାର୍କେଟିଂ ଇନସ୍ପେକ୍ଟର, ବ୍ଲକ ଯୋଗାଣ ଅଧିକାରୀମାନେ ବିବରଣୀ ପ୍ରଦାନ କରିଛନ୍ତି ଯେ କି.ଗ୍ରା. ପ୍ରତି ୧ ଟଙ୍କା ହିସାବରେ ଚାଉଳ ଏବଂ ନିର୍ଦ୍ଧାରିତ ଦରରେ ଗହମ ଓ କିରାସିନି ତେଲ ପ୍ରତ୍ୟେକ ଖୁଚୁରା ଦୋକାନୀ ସ୍ତରରେ କେନ୍ଦ୍ରୀୟ ତଦାରଖ ଅଧିକାରୀଙ୍କ ଉପସ୍ଥିତିରେ ବଣ୍ଟନ କରାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ସେହି ସବୁ ସାମଗ୍ରୀ ଲୋକମାନଙ୍କୁ ଠିକ ଭାବରେ ବଣ୍ଟନ କରାଯିବ ଓ ଉପଯୁକ୍ତ ଭାବରେ ବ୍ୟବହୁତ ହେବ ପରିପ୍ରେକ୍ଷୀରେ ଇ.ପି.ଏସ.ଓ(ଏଲେକ୍ଟ୍ରୋନିକ୍ସ ପଏଣ୍ଟ ଅଫ ସର୍ଭିସ) ଡିଜିଟାଇଜେସନ ଯନ୍ତ୍ର (ଆଙ୍ଗୁଳି ଛାପ ଉପକରଣ) ମାଧ୍ୟମ ଅବଲମ୍ବନ କରାଯାଉଛି ।

ସାଧାରଣ ଯୋଗାଣ ବ୍ୟବସ୍ଥା
ଅନ୍ନପୂର୍ଣ୍ଣା ଯୋଜନା

୨୦୦୦ମସିହା ଅପ୍ରେଲ ମାସରୁ ଏହି ଯୋଜନା ଆରମ୍ଭ ହୋଇଛି । ଏହା ଶତ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା । ସରକାରୀ ନିୟମ ଅନୁଯାୟୀ ନିରାଶ୍ରୟ ୬୫ ବର୍ଷରୁ ଉର୍ଦ୍ଧ ହିତାଧିକାରୀ ଅନ୍ନପୂର୍ଣା ଚାଉଳ ପାଇବାକୁ ଯୋଗ୍ୟ । ସରକାରୀ ଧାର୍ଯ୍ୟ ମୁତାବକ ଜିଲ୍ଲାରେ ୧୩୧୧ ଦଶ ହିତାଧିକାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ହିତାଧିକାରୀମାନଙ୍କୁ କାର୍ଡ ପିଛା ୧୦ କି.ଗ୍ରା. ଚାଉଳ ମାଗଣାରେ ଦିଆଯାଉଛି । ଏ କାଳରେ ମାସକ ଆବଣ୍ଟନ ହେଉଛି ୧୩୧.୧୦ କ୍ଵିଣ୍ଟାଲ ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅଧିନରେ ଅନ୍ତୋଦୟ ଯୋଜନା

ଏହି ଯୋଜନା ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ଵାରା ସେପ୍ଟେମ୍ବର-୨୦୧୧ରେ ଆରମ୍ଭ କରଯାଇଥିଲା । ଅଧୁନା ଜିଲ୍ଲାରେ ୧୫୭୧୬୧ ହିତାଧିକାରୀ ୪୮୫୬୦ଟି ଅନ୍ତୋଦୟ ଯୋଜନା କାର୍ଡ ଦ୍ଵାରା ଉପକୃତ ହେଉଛନ୍ତି । ପ୍ରତି ହିତାଧିକାରୀଙ୍କୁ ୩୫୨ କି.ଗ୍ରା ଲେଖାଏଁ ଚାଉଳ କେଜି ପ୍ରତି ୧ ଟଙ୍କା ହିସାବରେ ସରକାର ଦ୍ଵାରା ନିର୍ଦ୍ଧାରିତ ତାରିଖରେ ପ୍ରତି ମାସରେ ବଣ୍ଟନ କରାଯାଉଛି । ଜିଲ୍ଲାର ମାସିକ ଆବଣ୍ଟନ କୋଟା କ୍ଵି ୧୬୯୯୬.୦୦ ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ-୨୦୧୩ ଅଧିନରେ ଅଗ୍ରାଧିକାର ପରିବାର (ପି.ଏଚ.ଏଚ)

ଖାଦ୍ୟ, ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଠାରୁ ଅଗ୍ରାଧିକାର ପରିବାର (ପି.ଏଚ.ଏଚ). ଯୋଜନାରେ ଏପ୍ରିଲ-୨୦୧୮ଠାରୁ ଜିଲ୍ଲା ପାଇଁ ୪୪୮୨୦୫ କାର୍ଡଧାରିଙ୍କ ଜରିଆରେ ୧୬୦୭୯୫୯ ଲୋକ ଉପକୃତ ହେବ ନିମନ୍ତେ ଅନୁଦାନ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯାଇଛି । ହିତାଧିକାରୀଙ୍କୁ ପରିବାର ପିଛା ୫ କେଜି ଚାଉଳ କିମ୍ବା ଗହମ କିମ୍ବା ଉଭୟ କେଜି ପ୍ରତି ୧ ଟଙ୍କା ଦରରେ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ତାରିଖରେ ପ୍ରତି ମାସରେ ଯୋଗାଇ ଦିଆଯାଉଛି । ନଭେମ୍ବର ମାସ ପାଇଁ କ୍ଵି ୫୪,୯୪୪.୯୫ ଚାଉଳ ଓ ଗହମ ଆବଣ୍ଟନ କ୍ଵି ୨୫,୪୫୩,୦୦ ସମୟ ସମୟରେ ସରକାର ଦୁଇମାସ ପାଇଁ ଚାଉଳ ଓ ଗହମ ହିତାଧିକାରୀମାନଙ୍କ ପାଇଁ ଯୋଗାଇଥାନ୍ତି ।

ଏସ.କେ.ଅଏଲ.(ନୀଳ ରଂଗ କିରାସିନି ତେଲ)

ପ୍ରତି ପରିବାର ପ୍ରତି ୧.୭୩୦ ମି.ଲି. ହିସାବରେ ସରକାର ଜିଲ୍ଲାକୁ ୮୫୮ କିଲୋଲିଟର ନୀଳରଙ୍ଗଯୁକ୍ତ କିରାସିନି ତେଲ ବଣ୍ଟନ ପାଇଁ ଯୋଗାଇଛନ୍ତି ଏବଂ ତଦନୁଯାୟୀ ୮୫୮ କିଲୋଲିଟର ତେଲ ଜିଲ୍ଲାର ସମସ୍ତ ବ୍ଲକ ଓ ପୌର ପରିଷଦକୁ ବଣ୍ଟନ କରାଯାଇଛି ।

ଏସ.ସି./ଏସ.ଟି. ଛାତ୍ରାବାସକୁ ଚାଉଳ ଯୋଗାଣ

୫୨୯.୨୦ କ୍ଵିଣ୍ଟାଲ ଚାଉଳ ସରକାର ମାସିକ ୩୫୨୮ ଜଣ ଅନ୍ତେବାସୀଙ୍କୁ, ଅନୁସୂଚିତ ଜାତି ଜନଜାତି ଛାତ୍ରାବାସଗୁଡ଼ିକ ପାଇଁ ଜଣ ପିଛା ୧୫ କି.ଗ୍ରା.ହିସାବରେ କେଜି ପ୍ରତି ୧ ଟଙ୍କା କରି ଯୋଗାଇ ଦିଆଯାଇଛି । ତଦନୁଯାୟୀ ଏହି ୫୨୯.୨୦ କ୍ଵିଣ୍ଟାଲ ଆବଣ୍ଟନଜିଲ୍ଲାରେ ଥିବା ୧୮ ଟି ଅନୁଷ୍ଠାନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ତଦାରଖରେ ଯୋଗାଣ ପାଇଁ ଯୋଗାଇ ଦିଆଯାଇଛି ।

ୱେଲଫେୟାର ସଂସ୍ଥାମାନଙ୍କୁ ଚାଉଳ ଯୋଗାଣ

୧୬.୮୦ କ୍ଵିଣ୍ଟାଲ ଚାଉଳ ସରକାରଙ୍କ ତରଫରୁ ଜିଲ୍ଲାରେ ଥିବା ୧୧୨ ଟି ୱେଲଫେୟାର ସଂସ୍ଥା-ଯଥା ଅନାଥ,ନିରାଶ୍ରୟ,ବୃଦ୍ଧାଶ୍ରମରେ ରହୁଥିବା ଅନ୍ତୋବାସୀଙ୍କୁ, ୧୫ କି.ଗ୍ରା. କରି ୧୧୨ ଜଣଙ୍କୁ କି.ଗ୍ରା. ଟ ୫.୬୫ ହିସାବରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ/ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ /ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ତତ୍ଵାବଧାନରେ ପ୍ରତିମାସରେ ଯୋଗାଇ ଦିଆଯାଉଛି ।

ସ୍ଵେଛାସେବୀ ସଂସ୍ଥା ଦ୍ଵାରା ପରିଚାଳିତ ଏସ.ସି./ଏସ.ଟି ଛାତ୍ରାବାସକୁ ଚାଉଳ ଯୋଗାଣ

୧୦୬.୮୦ କ୍ଵି. ଚାଉଳ ସରକାରଙ୍କ ତରଫରୁ ୭୧୨ ଜଣ ଅନ୍ତୋବାସୀଙ୍କୁ ୪ ଗୋଟି ସ୍ଵେଚ୍ଛାସେବୀ ସଂସ୍ଥା ଦ୍ଵାରା ପରିଚାଳିତ ଏସ.ସି./ଏସ.ଟି ଛାତ୍ରାବାସକୁ ପ୍ରତି ଅନ୍ତୋବାସୀ ପିଛା ୧୫ କି.ଗ୍ରା କରି ଏବଂ କେଜି ପ୍ରତି ଟ ୫.୬୫ ହିସାବରେ ଯୋଗାଇ ଦିଆଯାଉଛି। ତଦନୁଯାୟୀ ଜିଲ୍ଲାର ଏହି ୪ ଗୋଟି ସଂସ୍ଥାକୁ ମାସ ପ୍ରତି ୧୦୬.୮୦ କ୍ଵି. କରି ଚାଉଳ ଯୋଗାଇ ଦିଆଯାଉଛି ।