• ଶ୍ରୀ ମୋହନ ଚରଣ ମାଝୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ
    ମାନ୍ୟବର ମୁଖ୍ୟମନ୍ତ୍ରୀ

କଟକ ଜିଲ୍ଲାର କୃଷି

ଉଦ୍ଦେଶ୍ୟ

ବର୍ତ୍ତମାନ କୃଷିକୁ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣର ମାନରେ ପରିବର୍ତ୍ତନ କରି ସେମାନଙ୍କ ଦ୍ଵାରା ଲାଭଜନକ ବ୍ୟବସାୟ ଭିତିକ କୃଷି କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିବା ,ଯେପରିକି ଲୋକମାନେ କୃଷିକୁ ଏକ ବୃତ୍ତି ଭାବେ ଗ୍ରହଣ କରିବେ । ବଦଳ ବିହନ ବ୍ୟବହାର ,ଗୁଣାତ୍ମକ ଚାରା ଓ ଆନୁଷଙ୍ଗିକ ବ୍ୟବହାର ,ସମନ୍ଵିତ ପୋଷଣ ଯୋଗାଣ ଓ ରୋଗ ପୋକ ପରିଚାଳନା ,ଜଳ ପରିଚାଳନା ,କୃଷି ଯନ୍ତ୍ରପାତି ,ପରୀକ୍ଷାଗାରରୁ କୃଷି କ୍ଷେତରେ କୃଷକ ମାନଙ୍କ ପର୍ଯ୍ୟନ୍ତ ବୈଷୟିକ କୌଶଳର ଅଭିବୃଦ୍ଧି କରି ଅନ୍ୟନ ଗୁରୁତ୍ଵପୂର୍ଣ୍ଣ ଫସଲଗୁଡିକର ଏକର ପ୍ରତି ଉତ୍ପାଦନ ବୃଦ୍ଧି କରି ଅତି କମରେ ଜାତୀୟ ହାର ସହିତ ସାମିଲ ହେବା । ବେସରକାରୀ କ୍ଷେତ୍ର ,ସରକାରୀ କ୍ଷେତ୍ର ଏବଂ ଉଭୟ ସରକାରୀ -ବେସରକାରୀ ଭାଗିଦାରୀରେ କୃଷି କ୍ଷେତ୍ରରେ ଦୀର୍ଘ ସୂତ୍ରୀ ପୁଂଜୀ ନିବେଶ ପାଇଁ ସୁବିଧା ଯୋଗାଇଦେବା ବିଶେଷ କରି ଫସଲ ଅମଳ ପରବର୍ତୀ ପରିଚାଳନା ବଜାରରେ କିଣା ବିକା ପ୍ରକ୍ରିୟା ,କୃଷି ଭିତ୍ତିକ ପ୍ରକ୍ରିୟା କରଣ ଏବଂ ମୂଲ୍ୟ ସଂଯୋଗ କରଣ ।

କ୍ରିୟାକଳାପ

କୃଷି କ୍ଷେତ୍ର ପାଇଁ ନିମ୍ନ ଲିଖିତ କାର୍ଯ୍ୟକ୍ରମମାନ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି-

  1. ଚାଉଳ ଉତ୍ପାଦନ ବୃଦ୍ଧି – ଶ୍ରୀ ପଦ୍ଧତିରେ ଧାନ ଚାଷ କରିବାଠାରୁ ଆରମ୍ଭ କରି ଚାଉଳ ଉତ୍ପାଦନରେ ଏଫ.ଏଫ .ଏସ ବୈଷୟିକ କୌଶଳ ଅବଲମ୍ବନ ,ରାଜ୍ୟ ଭିତରେ ଓ ବାହାର ରାଜ୍ୟକୁ କ୍ଷେତ୍ର ପରିଦର୍ଶନ ବ୍ୟବସ୍ଥା ,କୃଷକ ଦିବସ ଆୟୋଜନ ଏବଂ ଜିଲ୍ଲା କୃଷି ମହୋସବ ଆଦି ଅନୁଷ୍ଠିତ ହେଉଛି।
  2. ଆଖୁ ଉନ୍ନୟନ ଯୋଜନା , ଏଫ.ଏଫ . ପ୍ରୋସାହନ ମାଧ୍ୟମରେ ଜିଲ୍ଲାରେ ଆଖୁଚାଷୀମାନଙ୍କୁ ନିବେଶ ସୁବିଧା ପ୍ରଦାନ କରାଯାଉଛି ।
  3. ଝୋଟ ଟେକ୍ନୋଲୋଜି ମିନି ମିଶନ -୨ – ପ୍ରଦର୍ଶନୀ ,ମିନିକିଟ ଯୋଗାଣ ,ବିହନ ଉତ୍ପାଦନ କାର୍ଯ୍ୟକ୍ରମ ,ଫସଲ ଉତ୍ପାଦନ କାର୍ଯ୍ୟକର୍ମ , ଏଫ.ଏଫ .ଏସ,ଜ୍ଞାନ ଆହରଣ ପାଇଁ ଅନ୍ୟ ରାଜ୍ୟକୁ ପରିଦର୍ଶନ ଏବଂ ଗୁଣାତ୍ମକ ଝୋଟ ତନ୍ତୁ ଉତ୍ପାଦନ ପାଇଁ ଉତ୍କଷ ନିର୍ଦ୍ଧାରଣ।
  4. ଜାତୀୟ ତୈଳବୀଜ ଓ ତାଳତେଲ ମିଶନ- ଏହି ଯୋଜନାରେ ସବସିଡି ଭିତ୍ତିକ ବିହନ ଯୋଗାଣ, ମିନି କିଟ ବଣ୍ଟନ, ସିଂଚନ ପଦ୍ଧତିରେ ଜଳ ସେଚନ, ସ୍ପ୍ରେୟର, ଜିପସମ ଓ ସବସିଡି ଭିତିରେ ଜିଆଖତ ୟୁନିଟ ସଂସ୍ଥାପନ ।
  5. କୃଷି କ୍ଷେତ୍ରରେ ଯାନ୍ତ୍ରିକ ଉପକରଣର ବ୍ୟବହାର : ଟ୍ରାକ୍ଟର ଯୋଗାଣ, ପାୱାର ଟିଲର ଯୋଗାଣ, ଡିଜେଲ/ବୈଦୁତିକ ପମ୍ପ, ଆକ୍ସିଆଲ ଫ୍ଲୋ ପମ୍ପ, ଫସଲ କାଣ୍ଟିବା ଯନ୍ତ୍ର, ଚାରା ରୋଇବା ଯନ୍ତ୍ର, ଟେଳା ଭାଙ୍ଗିବା ବ ଜମି ଚଷିବା ଯନ୍ତ୍ର(ରୋଟା ଭେଟର), ଅମଳ ଯନ୍ତ୍ର, ହଳ ଚଳାଇବା ପାଇଁ ଉପକରଣ ସବସିଡି ଦରରେ କାର୍ଯ୍ୟ ଯୋଜନା ଓ ରାଷ୍ଟ୍ରୀୟ କୃଷି ଯୋଜନାରେ ଯୋଗାଇବା ।
  6. କାଗଜକଳରୁ ନିର୍ଗତ ମଳ ଓ ଜିପସମ ଉପଯୋଗ କର କମ ଖର୍ଚ୍ଚରେ ପରିବହନ ଓ ସାମଗ୍ରୀ ଉପରେ ସବସିଡି ସହିତ ଅମ୍ଳଯୁକ୍ତ ମୃତ୍ତିକାରେ ପରିଚାଳନା ।
  7. ବେସରକାରୀ ଉଠା ଜଳସେଚନ ବ୍ୟବସ୍ଥା(ଜଳନିଧି) -ନାବାର୍ଡ ତରଫରୁ ଉଠା ଜଳ ସେଚନ ପଏଣ୍ଟ, ଅଗଭୀର ନଳକୂପ ଖନନ ଗଭୀର ନଳକୂପ ଖନନ, ପୋଖରୀ ଖନନ ଓ ନଦୀ ଶଯ୍ୟାରେ ଉଠା ଜଳ ସେଚନ ପଏଣ୍ଟ ପାଇଁ ଆର.ଆଇ.ଡି.ଏଫ-ଏକ୍ସ, ଆଇ.ଭି ସହାୟତାରେ ୫୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି । ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା (ବି.ଜି.ଜେ.ୱାଇ.)ରେ କୃଷକମାନଙ୍କୁ (କ୍ଷୁଦ୍ର ଚାଷୀ, ବୃହତ ଚାଷୀନାମଙ୍କୁ ଉଠା ଜଳ ସେଚନ ପଏଣ୍ଟରୁ ୧କି.ମି.ପର୍ଯ୍ୟନ୍ତ ୭୦ ପ୍ରତିଶତ ପର୍ଯ୍ୟନ୍ତ ସବସିଡିରେ ବିଦ୍ୟୁତ ଲାଇନ ସଂଯୋଗ କରାଯିବାର ବ୍ୟବସ୍ଥା ରହିଛି ।
  8. ଉପରୋକ୍ତ କାର୍ଯ୍ୟକଳାପ ବ୍ୟତୀତ ଜିଲ୍ଲାରେ ରାଜ୍ୟର ୨ଗୋଟି ଫ୍ଲାଗସିପ କାର୍ଯ୍ୟକ୍ରମ ଯଥା ଡାଲି ଜାତୀୟ ଶସ୍ୟ ପାଇଁ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଏବଂ ରାଷ୍ଟ୍ରୀୟ କୃଷି ବିକାଶ ଯୋଗାନା କାର୍ଯ୍ୟକ୍ଷମ ହେଉଛି । ଉପରୋକ୍ତ ଯୋଜନାରେ ଡାଲି ଉତ୍ପାଦନ କାର୍ଯ୍ୟକ୍ରମ ପାଇଁ ୫୦ ପ୍ରତିଶତ ସବସିଡି ନିବେଶ ସୁବିଧା ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଏବଂ ଭିତ୍ତିଭୂମି ବିକାଶ ପାଇଁ ପ୍ରଦାନ କରାଯାଉଛି ।
  9. ସଂପ୍ରସାରଣ ସଂସ୍କାର (କେନ୍ଦ୍ରୀୟ ସହାୟତା ଯୋଜନା)-କୃଷି, ଉଦ୍ୟାନ କୃଷି,ମତ୍ସ୍ୟ ଚାଷ, ପଶୁ ସଂପଦ, ମୃତ୍ତିକା ସଂରକ୍ଷଣ ଆଦି ଉପରେ ଜୀବିକା ନିର୍ବାହ କରୁଥିବା କୃଷକମାନଙ୍କୁ ସେମାନଙ୍କର ଉତ୍ପାଦନ କ୍ଷମତା ଓ ପ୍ରକୃତ ଉତ୍ପାଦନ ମଧ୍ୟରେ ତାରତମ୍ୟ କମାଇବା ପାଇଁ ଯୋଜନାର ତୃଣମୂଳସ୍ତରରୁ କାର୍ଯ୍ୟନ୍ଵୟନ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଟିଏ ଫ୍ଲାଟଫର୍ମକୁ ଆଣିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ପ୍ରକାର କୃଷି ସଂପ୍ରସାରଣ କାର୍ଯ୍ୟ ମଧ୍ୟ ଏହି ପ୍ରକଳ୍ପ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ।
  10. କୃଷିରୁ ଅଧିକ ଉତ୍ପନି ପାଇବା ନିମନ୍ତେ କୃଷି ବିଭାଗ ଜିଲ୍ଲାରେ ସର୍ବଦା ଅଭିନବ ଉପାୟ ଅବଲମ୍ବନ ସନ୍ଧାନରେ ରହିଆସିଛି ଯଥା-କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ, ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟ, ଭୁବନେଶ୍ଵର ଏବଂ ବହୁ ଖାତନାମା ବହୁ ରାଷ୍ଟ୍ରୀୟ କମ୍ପାନୀ ଦ୍ଵାରା ଶଙ୍କର ଜାତୀୟ ବିହନ ପ୍ରସ୍ତୁତ କରି କୃଷକ ପିଛା ବଦଳ ବିହନ ଏବଂ ସାର ବ୍ୟବହାର ପତି ବୃଦ୍ଧି କରିବାରେ ସହାୟକ ହେଉଛି ।
  11. ଉତ୍କର୍ଷ ନିୟନ୍ତ୍ରକ ପ୍ରବର୍ତ୍ତନ ଦ୍ଵାରା ବିହନ, ରାସାୟନିକ ସାର ଓ ପୋକମାର ଔଷଧ ଆଦିର ମହଜୁଦ ସ୍ଥିତି ସଂପର୍କରେ ତଦାର କରାଯାଉଛି ।
  12. ବିଭିନ୍ନ ପ୍ରକାର ବିଭାଗ ସହିତ ଜଳ ସେଚନ ସୁବିଧା ଓ ଋଣ ସହାୟତା ପରିପ୍ରେକ୍ଷୀରେ ସମନ୍ଵୟ ରକ୍ଷା କରାଯାଉଛି ।
  13. ସାରର ବ୍ୟବହାର ସଂପର୍କରେ କୃଷକମାନଙ୍କୁ ପରାମର୍ଶ ଦେବା ପାଇଁ ମୃତ୍ତିକା ପରୀକ୍ଷଣ ।
  14. ନିଯୁକ୍ତି ପାଇନଥିବା ଯୁବକମାନଙ୍କୁ ସବସିଡି ଲିଙ୍କ ଜରିଆରେ କୃଷି ସେବା କେନ୍ଦ୍ର(ଆଗ୍ରୋ ସର୍ଭିସ ସେଣ୍ଟର) ବ୍ୟବସାୟିକ କୃଷି ଉଦ୍ୟୋଗ ଆଦି ସ୍ଥାପନ କରିବା ।
  15. ମହିଳା କୃଷି ଶ୍ରମିକ ଓ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାନାମଙ୍କୁ ଖାଦ୍ୟ ସଂରକ୍ଷଣ, ଆଚାର ପ୍ରସ୍ତୁତି, ଛତୁ ଚାଷ ପ୍ରଣାଳୀ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କୁ ସଶକ୍ତିକରଣ କରିବା ।